କେନ୍ଦୁଝର – ଓଡିଶା ସରକାରଙ୍କ ବରିÂ ନାଗରିକ ତୀର୍ଥଯାତ୍ରା ଯୋଜନାରେ କେନ୍ଦୁଝର ଜିଲ୍ଲାରୁ ୧୬୮ ଜଣ ବରିÂ ନାଗରିକ ଚଳିତ ଡିସେମ୍ବର ୧୨ ତାରିଖରୁ ଉତର ଭାରତର ଋଷିକେଷ ଓ ହରିଦ୍ୱାର ଯାତ୍ରା ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଭାରମ୍ଭ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ ପତାକା ହଲାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ବରିÂ ନାଗରିକମାନଙ୍କର ତୀର୍ଥଯାତ୍ରାର ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବରିÂ ନାଗରିକ ମାନଙ୍କ ପାଇିଂ ଏଭଳି ତୀର୍ଥଯାତ୍ରାର ଆୟୋଜନ ଓଡିଶା ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି । ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ଏବଂ ଜିଲ୍ଲାପାଳ ଶ୍ରୀ ଠାକରେ ୪ ଟି ବସ୍ରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଖକୁ ଯାଇ ସେମାନଙ୍କର ଯାତ୍ରା ଶୁଭମୟ ଓ ଆନନ୍ଦଦାୟକ ହେଉ ବୋଲି କାମନା କରିଥିଲେ । ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନ ୪ଟାରେ ଚାରୋଟି ବସ୍ରେ କେନ୍ଦୁଝରରୁ ବାହାରିଥିବା ତୀର୍ଥଯାତ୍ରୀମାନେ ବାଲେଶ୍ୱରଠାରେ ରାତ୍ରିଯାପନ କରିବାର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ୪୫ମି. ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବରିÂ ନାଗରିକ ମାନଙ୍କର ତୀର୍ଥଯାତ୍ରାର ଶୁଭାରମ୍ଭ କରିବା ପରେ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ତୀର୍ଥଯାତ୍ରୀମାନେ ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯାତ୍ରା କରିବାର ସମସ୍ତ ବ୍ୟବସ୍ଥା ଚୁଡାନ୍ତ ହୋଇସାରିଛି । ତୀର୍ଥଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ୬ ଜଣିଆ ସରକାରୀ କର୍ମଚାରୀ ଟିମ୍ଙ୍କ ତତ୍ୱାବଧାନରେ କେନ୍ଦୁଝର ଜିଲ୍ଲାର ତୀର୍ଥଯାତ୍ରୀମାନେ କେନ୍ଦୁଝରରୁ ଯାତ୍ରା ଆରମ୍ଭ କରିଛନ୍ତି ।
Related Stories
November 23, 2024