ଭୁବନେଶ୍ୱର, ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା ।
ସୂଚନାଯୋଗ୍ୟ, ଡର୍କ୍ଟ ଅଜିତ କୁମାର ମହାନ୍ତିଙ୍କୁ ୨୦୧୯ ମାର୍ଚ ୧୨ ତାରିଖରେ ‘ଭାବା ଆଟମିକ୍ ରିସର୍ଚ ସେର୍ଣ୍ଟ’ର ୧୩ଶ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା ।