
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଶନିବାର ପୁରୀ ଶ୍ରୀ ମନ୍ଦିରରେ ଚନ୍ଦନ ଲାଗି ସମୟରେ ସିଙ୍ଗାରୀ ଏବଂ ପୂଜା ପଣ୍ଡା ସେବକ ସମ୍ପ୍ରଦାୟରେ ବିବାଦ ଯୋଗୁଁ ଦେଢ଼ ଘଣ୍ଟା ନୀତି ଅଟକି ରହିଥିଲା। ତ୍ରିମୁଣ୍ଡିରେ ସିଙ୍ଗାରୀ ସେବକ ଙ୍କ ଦ୍ୱାରା ଚନ୍ଦନ ଲାଗୀ କୁ ପୂଜାପଣ୍ଡା ସେବକ ବିରୋଧ କରିଥିଲେ। ଶ୍ରୀ ମନ୍ଦିରରେ କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନାହାଁନ୍ତି, ସେଥିପାଇଁ ନୀତି ପ୍ରଣୟନ କରିବାରେ ଅସୁବିଧା ହୋଇଥିଲା | ପରବର୍ତ୍ତୀ ସମୟରେ ପୂଜା ପଣ୍ଡା ସେବକ ଶ୍ରୀ ମନ୍ଦିର କର୍ମଚାରୀଙ୍କ କଥା ନ ଶୁଣି କ୍ରୋଧିତ ହୋଇଥିଲେ |ବିବାଦ ବଢ଼ିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ଠାରୁ ସୂଚନା ପାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ହସ୍ତକ୍ଷେପ ପରେ ବିବାଦ କିଛି ଦିନ ପାଇଁ ଟଳି ଯାଇଛି |