
ବଲାଙ୍ଗିର, ଆଗଲପୁର ସମ୍ଵାଦ ସାହିତ୍ୟ ଘର ଆନୂକୂଲ୍ଯରେ ଗତକାଲି ସରସ୍ଵତୀ ଶିଶୁ ମନ୍ଦିର, ସାଲେଭଟା ଠାରେ ମଧୁବାବୁଙ୍କ ଜୟନ୍ତୀ ” ସ୍ଵାଭିମାନ ଦିବସ ” ପାଳନ କରାଯାଇଛି । ସାହିତ୍ୟ ଘର ସଭାପତି ଯୋଗୀନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ସାହିତ୍ଯିକ ଶ୍ରୀ ରାମଚନ୍ଦ୍ର ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ଵାଭିମାନୀ ମଧୁବାବୁଙ୍କ ଜୀବନାଦର୍ଶ ବିଷୟରେ କହି ତାଙ୍କ ପରି ହେବାକୁ ଆହ୍ଵାନ ଦେଇଥିଲେ ।
ଏଥିରେ ନବୀନ କୁମାର ପଧାନ, ଆନନ୍ଦ କୁମାର ସାହୁ, ବଦ୍ରିନାଥ ସା, ପଦ୍ମଲୋଚନ ମୁଦୁଲି, ମଧୁମୟ ବିଶ୍ଵାଳ, ବିଜୟ ସରାଫ, କୌତୁକ ଜାଲ, ଜଗଦୀଶ ନିଆଲ, ଓମ ଅଗ୍ନିହୋତ୍ରୀ ମୁଦୁଲି, ସଚିଦାନନ୍ଦ ସେଠ, ସରୋଜ ପଧାନ, ଉମାକାନ୍ତ ଖମାରୀ, ଜଗଦୀଶ ନିଆଲ, ମନରନ୍ଜନ ପଧାନ, ଚନ୍ଦ୍ରଶେଖର ସାହୁ, ପୂର୍ଣ୍ଣିମା ରଣା, ଶମ୍ଭୁ ପ୍ରସାଦ ଶତପଥି, ମହାଲିଙ୍ଗ ସମ୍ଵାଦ ପ୍ରତିନିଧି ରଜନୀକାନ୍ତ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସାହିତ୍ୟ ଘର ସଂପାଦକ ରାଧାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।