
ନୂଆଦିଲ୍ଲୀ, ଦେଶରେ ୨୪ ଘଂଟା ମଧ୍ୟରେ ୭,୧୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଗତ ୨୪ ଘଂଟାରେ ୯,୬୬୯ ଜଣ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥତା ସଂଖ୍ୟା ୪,୪୩,୫୬,୬୯୩ ରେ ପହଚିଛି । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୦% ରହିଛି । ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୩୧୪କୁ ହ୍ରାସ ପାଇଛି ।