ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ରିକଲ୍ଲାମେଶନ କଲୋନୀ ସ୍ଥିତ ଇଟାଭାଟି ସାହି ଶନି ମନ୍ଦିରର ଷଷ୍ଠ ତମ ବାର୍ଷିକ ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବହୁ ସଂଖ୍ୟାରେ ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବହୁ ସମୟ ଧରି ପୂଜାର୍ଚ୍ଚନା କରାଯାଇଥିଲା।
କିଛି ବର୍ଷ ତଳେ ସ୍ଥାନୀୟ କୌରବ ନାୟକ ନାମକ ଯୁବକଙ୍କୁ ଶନି ଦେବ ସ୍ଵପ୍ନାଦେଶ କରିଥିଲେ। ସେ ଏଠାରେ ଅଧିଷ୍ଠିତ ହୋଇଥିବା ସୂଚନା ଦେଇଥିଲେ। ସେହି କୌରବଙ୍କ କଥା ଅନୁଯାୟୀ ସ୍ଥାନୀୟ ବାସିନ୍ଦା ଏଠାରେ ଶନି ମନ୍ଦିର ପ୍ରତିଷ୍ଠା କରି ପ୍ରତି ଶନିବାର ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରତିବର୍ଷ ଏପ୍ରିଲ ”ମାସରେ ଏହି ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ ହୋଇ ଆସୁଛି।