ମାଲକାନଗିରି, କଥା ଦେଇ କଥା ରଖିଲେ ଚିତ୍ରକୋଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ। ଦୋରଗୁଡ଼ା ଗ୍ରାମପଞ୍ଚୟତର ବଡପୁଟ ଠାରୁ ୬ କିଲୋମିଟର ଦୂରରେ ଥିବା ଘାଟିଗୁଡ଼ା ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଘାଟିଗୁଡା ଗ୍ରାମବାସୀମାନେ ଚିତ୍ରକୋଣ୍ଡା ବ୍ଳକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀଙ୍କୁ ଜଣାଇଥିଲେ। ସେ ଗ୍ରାମବାସୀଙ୍କୁ ଚାରିରୁ ପାଞ୍ଚ ମାସ ମଧ୍ୟରେ ରାସ୍ତା କାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଉକ୍ତ ପ୍ରତିଶୃତି ମୁତାବକ ଗତକାଲି ବ୍ଳକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ରାସ୍ତା କାମର ଶୁଭାରମ୍ଭ କରିଛନ୍ତି। ଗ୍ରାମବାସୀ ମାନେ ବ୍ଳକ ଉପାଧକ୍ଷଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ଆହୁରି ଭଲ କାମ କରିବା ପାଇଁ ଅନୁରୋଧ କରିଛନ୍ତି।
Related Stories
November 1, 2024