
ବଲାଙ୍ଗିର, ଆଜି ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ । ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବଲାଙ୍ଗିର ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦଘାଟନ କରିଛନ୍ତି ।
ଉକ୍ତ ଶୋଭାଯାତ୍ରା ଯୋଗର୍ସ ପାର୍କଠାରୁ ବାହାରି ସିଡିଭିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିରେ ଶତାଧିକ ଅଧିକାରୀ କର୍ମଚାରୀ ଯୋଗ ଦେଇଥିଲେ ।