କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଅନୁରାଗ ସାହିତ୍ୟ ସଙ୍ଗୋଷ୍ଠୀ ଆନୁକୁଲ୍ୟରେ ଶ୍ରୀକ୍ଷେତ୍ର ଉତ୍କଳ ସମ୍ମିଳନୀ ଓ ଜଗବନ୍ଧୁ ସିଂ ସ୍ମୃତି ସଂସଦ ସହଯୋଗରେ ୟୁଥ୍ ହଷ୍ଟେଲ ପରିସର ରେ ଐତିହାସିକ ଜଗବନ୍ଧୁ ସିଂ ଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ବିଜୟଲକ୍ଷ୍ମୀ ଦାସ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କାକଟପୁର ବାଙ୍ଗୁରି ଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ା ଦିଲୀପ କୁମାର ସେନାପତି ।ସେ କହିଲେ ସ୍ବର୍ଗତ ସିଂ ସେତେବେଳର ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜଣେ ପ୍ରମୁଖ ସଂଗଠକ ଭାବେ କାର୍ଯ୍ୟ ତୁଲାଉଥିଲେ ।ଉତ୍କଳ ସମ୍ମିଳନୀ ପାଇଁ ସମ୍ମିଳନୀ ମାଧ୍ୟମ ରେ ମାତୃଭାଷା ର ସୁରକ୍ଷା ଓ ଓଡ଼ିଆ ଭାଷା କୁ ସମୃଦ୍ଧ କରିବା ତଥା ଓଡ଼ିଆଙ୍କୁ ଏକତ୍ରିତ କରିବା ଏହାର ଥିଲା ମୂଳଲକ୍ଷ୍ୟ। ତାଙ୍କଦ୍ୱାରା ରଚିତ ତିନୋଟି ପୁସ୍ତକ ଯଥାକ୍ରମେ ପ୍ରାଚୀନ ଉତ୍କଳ,ଗୃହଲକ୍ଷ୍ମୀ, ଜ୍ୟୋତିରସାସର୍ଣାବ ଯାହା ପାଠକ ମାନଙ୍କର ଚର୍ଚ୍ଚା କୁ ଆସିଥିଲା । ଅନ୍ୟତମ ଅତିଥି ଭାବେ ଆଇନଜୀବୀ ପୁର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭ ରେ କାର୍ଯକାରୀ ସଭାପତି ଶିବ ସୁନ୍ଦର ମିଶ୍ର ଅତିଥି ପରିଚୟ ଦେବାସହିତ କାର୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ସଂପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସର ରେ ଜାତୀୟତା ସମ୍ବଧିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବ ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଓଡ଼ିଶା ସଙ୍ଗୀତ ପରିଷଦ ର ବିଦ୍ୟାର୍ଥିନି ମାନେ। ପୁଣ୍ୟ ତିଥି ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ପଣ୍ଡିତ ସଦାଶିବ ମିଶ୍ର ବେଦପାଠ କରିଥିବା ବେଳେ ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ପ୍ରଦାନ କରିଥିଲେ।
Related Stories
November 24, 2024
November 24, 2024