
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଓଡିଶା ପୋଲିସ ହାବିଲଦାର କନେଷ୍ଟବଲ ଶାଖା ସଂଘ, ପୁରୀ ପକ୍ଷ ରୁ ଆଜିର ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ କୁ ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ଙ୍କ ଦ୍ୱାରା ଆରମ୍ଭ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ର ଜିଲ୍ଲା ସାମ୍ବାଦିକ ପ୍ରଦୀପ କୁମାର ନାୟକ, କନେଷ୍ଟେବଲ ସଂଘ ର ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ହିମାଂଶୁ ଦାଶ ଯୋଗ ଦେଇ ତୁଷାର୍ତ୍ତ ଜନତା ଙ୍କୁ ଟଙ୍କ ତୋରାଣି ବଣ୍ଟନ କରିଥିଲେ | ଆରକ୍ଷୀ ଅଧିକ୍ଷକ କନୱାର . ବିଶାଲ ସିଂ ଙ୍କ ନିର୍ଦେଶ କ୍ରମେ ପଣା ସଂକ୍ରାନ୍ତି ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ |ପ୍ରତିଦିନ ଦୁଇ ହଜାର ରୁ ଉର୍ଦ୍ଧ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଏହି ଟଙ୍କତୋରାଣି ପିଉଥିବା ଜଣାପଡିଛି |ମିନେରାଲ ପାଣି, ଦହି, ଲେମ୍ବୁ, କମଳା, ଜିରାଫୁଟଣ, ଭୁରସୁଙ୍ଗା ପତ୍ର, ଅଭଡ଼ା ଓ ଆମ୍ବକସି ମିଶ୍ରିତ ଏହି ପଣା ପିଇ ଜନତା ଆତ୍ମ ସନ୍ତୋଷ ପାଉଥିବା କହିଛନ୍ତି |ପୋଲିସ ଓ ଜନତା ଙ୍କ ମଧ୍ୟରେ ଏହା ଉତ୍ତମ ସଂପର୍କ ସୃଷ୍ଟି କରୁଛି |ସଂଘ ର ସମସ୍ତ ସଭ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରୁଛନ୍ତି |