ବାରିପଦା, ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ କୋଳିଅଳମ ପଂଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି । ଏଠାରେ ବସୁଧା ଯୋଜନା ଫେଲ୍ ମାରିଥିବା ଅଭିଯୋଗ ହୋଇଛି । ତେଣୁ ପାନୀୟ ଜଳ ଯୋଗାଣ ଦାବିରେ କୋଳିଅଳମ ପଂଚାୟତର ଲୋକେ ଗରା, ବାଲଟି ଧରି ଗାଁ ପାଖ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଆଜି ସକାଳ ଠାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ରୋକ ମଧ୍ୟାହ୍ନ ପର୍ଯ୍ୟନ୍ତ ଜାରୀ ରହିଛି ।
Related Stories
November 23, 2024