
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୯୧ଟି ସ୍ଥାନରେ ନୂତନ ଏଆଇଆର ଏଫଏମ ଟ୍ରାନ୍ସମିଟରର ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ଓଡ଼ିଶାର ୭ଟି ସ୍ଥାନ ରହିଛି । ଏହି ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗନ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଏଫଏମ ଟ୍ରାନ୍ସମିଟର ଗୁଡ଼ିକର କ୍ଷମତା ୧୦୦ ୱାଟ ରହିଛି । ଏହାକୁ ୧୫ରୁ ୨୦ କିଲୋମିଟର ପରିସର ମଧ୍ୟରେ ଶୁଣାଯାଇପାରିବ । ଏହାଦ୍ୱାରା ଆକାଶବାଣୀର ଏଫଏମ ସେବା ଆଉ ଅତିରିକ୍ତ ୨ କୋଟି ଲୋକଙ୍କ ପାଖରେ ପହଂଚିପାରିବ ।