ନୂଆଦିଲ୍ଲୀ/ଭୁବନେଶ୍ୱର, ସମ୍ବଲପୁର ସାମ୍ପ୍ରଦାୟିକ ହିଂସା ଘଟଣାରେ ଯାଂଚ କମିଟି ଗଠନ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମ୍ବଲପୁର ହନୁମାନ ଜୟନ୍ତୀ ଅବସରରେ ହିଂସା ଘଟଣାର ତଦନ୍ତ ପାଇଁ ୪ ଜଣିଆ ଯାଂଚ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ଉତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି । ଏହି କମିଟି ଘଟଣାସ୍ଥଳକୁ ଯାଇ ଯାଂଚ କରି ସଭାପତିଙ୍କୁ ରିପୋର୍ଟ ଦେବ ।
Related Stories
November 23, 2024