ପୁରୀ/ଭୁବନେଶ୍ୱର, ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି । ଶୁକ୍ରବାର ସକାଳେ ହାୱଡାରୁ ବାହାରି ଅପରାହ୍ନରେ ପୁରୀରେ ପହଂଚିଛି ଏହି ଦ୍ରୁତଗାମୀ ଟ୍ରେନ୍ । ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଟ୍ରେନ ଛାଡ଼ିଥିଲ । ପରେ ପରେ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଆସିବା ବାଟରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ଏହି ଟ୍ରେନ୍ ୨ ମିନିଟ ଲେଖାଏଁ ରହିଥିଲା । ପୁଣି ୧.୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ରାତି ୮ଟା ୩୦ରେ ହାୱଡାରେ ପହଂଚିବ ବୋଲି ସୂଚନା ଦିଆଯାଇଛି । ଟ୍ରାଏଲ ରନ୍ ସଫଳ ହେଲେ ମେ ଦ୍ୱିତୀୟ ସପ୍ତାହରେ ଓଡିଶାରେ ହାର ନିୟମିତ ଚଳାଚଳ ହେବ ।
Related Stories
November 23, 2024