ଭୁବନେଶ୍ୱର, ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା ସହିତ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସମ୍ମିଳନୀ ପକ୍ଷରୁ ଦାବି କରାଯାଇଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ସମ୍ମିଳନୀର ଉପଦେଷ୍ଟା ଅନନ୍ତ ପ୍ରସାଦ ଜେନା ଓ ନିମାଇଁ ଚରଣ ଦାସ, ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର ଓ ବିଚିତ୍ରାନନ୍ଦ ସାହୁ, ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, ମଞ୍ଚେଶ୍ୱର ଶାଖା ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ-ସଂପାଦକ ସିଧାର୍ଥ ଶଙ୍କର ଗଡନାୟକ ଓ ଅକ୍ଷୟ କୁମାର ଜେଠୀ ଓ ବରିଷ୍ଠ ସଦସ୍ୟ ପ୍ରସନ୍ନ ରଥ ବରପୁତ୍ରଙ୍କର ଗୁଣ ଗାନ କରିଥିଲେ ।
Related Stories
November 23, 2024