
ଭଦ୍ରକ – ସଂସଦରେ ଗତ ୯ ତାରିଖ ଗୃହୀତ ଏବଂ ସ୍ବୀକୃତି ପାଇଥିବା ନାଗରିକତ୍ବ ସଂଶୋଧନ ବିଲ୍କୁ ବିରୋଧ କରି ଆଜି ଭଦ୍ରକ ମୁସ୍ଲିମ ଜମାତ ପକ୍ଷରୁ ମଦିନା ମଇଦାନ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ମୁସ୍ଲିମ୍ ଜମାତର ସଭାପତି ହାଜି ଅବଦୁଲ ବାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସୁଧାକର ରାଉତ, ମୁରଲିଧର ଜେନା, ହରିହର ନନ୍ଦୀ, ରାଧା ଦାସ, ସୂର୍ଯ୍ୟକାନ୍ତ କୁଅଁର, ତୁଷାର ମହାନ୍ତି, ଦିବ୍ୟସିଂହ ନାୟକ, ନଳିନୀ ମହାନ୍ତି, ଦିଲିପ ନାୟକ, ରାଜୁ ଜେନା, ଅଖôଳ ପାଢୀ, ସୁରେଶ ଶର୍ମା, ପ୍ରକାଶଜ୍ୟୋତି ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ଏହି ବିଲ୍କୁ ବିରୋଧ କରି ବକ୍ତବ୍ୟ ରଖôଥିଲେ। ମୁସ୍ଲିମ ଜମାତ ପକ୍ଷରୁ ଉପସଭାପତି ମହମ୍ମଦ ଜକାଓ୍ବଲା, ସାଧାରଣ ସµାଦକ ଶେଖ ଏନାମ ମହମ୍ମଦ, ସµାଦକ ଅବଦୁଲ ମୁକିତ୍ ଖାଁ ଓ ଶେଖ୍ ସିରାଜୁଦ୍ଧିନ, ମିଡ଼ିଆ ସେଲ୍ର ସଂେଯାଜକ ଶେଖ ଅନଓ୍ବର, ଶେଖ ଅବୁକଲାମ, ହାଜୀ ଅନଓ୍ବର ହୋସେନ, ଜମିଲ ଅଖତାର ଖାଁ, ହାଜୀ ମନାଓ୍ବର ହୋସେନ, ଇକ୍ବାଲ ଖାଁ, ଗୋଲାମ ମୋହିଦ୍ଧିନ, ଜାେଓ୍ବଦ ଅଖତର, ଶେଖ ହବିବୁଲା, ସବିର ଅଲ୍ଲୀ, ଇଂ ମୁକ୍ତିଆର ରସିଦ, କୟୁମ ଶାହା, ହଫିଜୁର ରହେମାନ, ସଇଦ ଶାହା, ଅସରଫ ଅଲ୍ଲୀ, ସାହିଦ ଅହେମ୍ମଦ, ହାଜି ଶେଖ ଜୁଲଫୁକର ପ୍ରମୁଖ ଉପସ୍ଥିତ ରହି ଏହି ବିଲ ମୁଖ୍ୟତଃ ମୁସଲମାନ ସµ୍ରଦାୟକୁ ପ୍ରତାରଣା ଓ ବିତାଡ଼ିତ କରିବା ଉଦ୍ଧେଶ୍ୟ ମୂଳକ ଭାବେ କରାଯାଇଥିବା ଅଭିେଯାଗ ହୋଇଥିଲା। ଏଣୁ ଦେଶର ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ବାଇ ରଖôବା ପାଇଁ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି ଓ ମୁଖ୍ୟମନ୍ରୀଙ୍କ ଉଦ୍ଧେଶ୍ୟରେ ଭଦ୍ରକ ସହାୟକ ଜିଲ୍ଲାପାଳ ମନୋରମା ଜାଲିଙ୍କ ମାଧ୍ଯମରେ ପ୍ରଦାନ କରାଯାଇଥିଲା।