ନୟାଗଡ଼ ,ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ୮ ଘଂଟିଆ ଦଶପଲ୍ଲା ବନ୍ଦ ପାଳନ କରାଯାଇଛି । ସକାଳ ୬ଟା ଠାରୁ ଅପରାହ୍ନ ୨ଟା ଯାଏଁ ଏହି ବନ୍ଦ ପାଳନ କରାଯାଇଛି ।
ଆନ୍ଦୋଳନକାରୀ ମାନେ ୫୭ ନଂ ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥର ଦଶପଲ୍ଲା ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଅନ୍ୟପକ୍ଷରେ ଆନ୍ଦୋଳନରତ କେତେକ ବିଜେପି ନେତାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି ।