ଭୁବନେଶ୍ଵର, ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । ଯାହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୬୫.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ଵରରେ ୪୫.୫ ମି.ମି., ବାଲେଶ୍ଵର ଜିଲ୍ଲାର ସୋରୋରେ ୪୫.୦, ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୩୫.୪, ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ୩୫.୦, ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୩୦.୦, ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୨୩.୨, ବାଲେଶ୍ଵର ଜିଲ୍ଲାର ବାହାନଗାରେ ୨୨.୦, ବାଲେଶ୍ଵର ଜିଲ୍ଲାର ଔପଦାରେ ୨୨.୦, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ସର୍ବନିମ୍ନ ୨୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।