ପଟ୍ଟାମୁଣ୍ଡାଇ, ଗତକାଲି ଏକମାଣିଆ ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡି ଘଟଣାକୁ କେନ୍ଦ୍ର କରି ଆଜି ଏକମାଣିଆ ପଂଚାୟତର ଶତାଧିକ ଲୋକେ ରାଜନଗର ବ୍ଲକ କେରଡାଗଡ଼ ବଜାରରେ ରାସ୍ତାରୋକ କରିଥିଲେ । ରାଜନଗରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ଥିବାରୁ ଏକମାଣିଆ ପଂଚାୟତର ଶତାଧିକ ଲୋକେ ୫-ଟି ସଚିବଙ୍କର ଯେଉଁ ରାସ୍ତାରେ ଯିବାର କାର୍ଯ୍ୟକ୍ରମ ରହିଛି ସେହି ରାସ୍ତାକୁ ଅବରୋଧ କରି ବ୍ରାହ୍ମଣୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବି କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସ୍ଥାନୀୟ ବାସିନ୍ଦା ୫-ଟି ସଚିବଙ୍କୁ ଭେଟି ମୃତକଙ୍କ ପରିବାରର ଭରଣ ପୋଷଣ ପାଇଁ ଦାବି କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଠାରେ ବ୍ରାହ୍ମଣୀ ନଦୀରେ ଗତକାଲି ଡ଼ଙ୍ଗା ବୁଡ଼ି ଜଣେ ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।