ବଲାଙ୍ଗିର,ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀ କମିଟି ବୈଠକ ସିଦ୍ଧଶଙ୍କର ଇରନ ଷ୍ଟୋର ଶାନ୍ତିପଡା, ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ର ସଭାପତି ପ୍ରଭାକର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ, ଯାହାକୁ କରତାଳି ମାଧ୍ୟମରେ ଅନୁମୋଦନ ହୋଇଥିଲା। ତତ୍ପରେ ସଭାରେ ଆଲୋଚିତ ହେବାକୁ ଥିବା ଏଜେଣ୍ଡା ଉପସ୍ଥାପିତ କରିଥିଲେ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର। ସମସ୍ତ ବିଷୟ ଗୋଟି ଗୋଟି କରି ଆଲୋଚନା ହୋଇଥିଲା। ମୁଖ୍ୟ ବିଷୟ ଥିଲା ଆସନ୍ତା ଜୁନ ୨୬ରେ ହେଵାକୁ ଥିବା ସାଧାରଣ ସଭା ଓ ପ୍ରତିଷ୍ଠା ଦିବସ ପାଇଁ ବିଭିନ୍ନ ବ୍ୟବସ୍ଥା ଓ ସ୍ଥାନ ଓ ଅତିଥି ନିମନ୍ତ୍ରଣ ଇତ୍ୟାଦି। ପ୍ରବଚନ କାର୍ଯ୍ୟକ୍ରମ ପାଇଁ ପ୍ରବଚକ, ସ୍ଥାନ ଓ ଅର୍ଥ ବ୍ୟବସ୍ଥା ଇତ୍ୟାଦି ଓ ଏଥି ନିମନ୍ତେ ଧନନ୍ଜୟ ମିଶ୍ର, ଡ. ପ୍ରମୋଦ ମିଶ୍ର ଓ ମଲିଆ ଗଡୁଆଙ୍କୁ ଦାୟୀତ୍ଵ ପ୍ରଦାନ କରାଗଲା। ଅସୁସ୍ଥ ଓ ଦୁର୍ଘଟଣାରେ ପୀଡିତ ସଭ୍ୟ ମାନଙ୍କ ଘରକୁ ଯାଇ ତାଙ୍କ ସ୍ଵାସ୍ଥ୍ୟଅବସ୍ଥା ବୁଝିବା ଓ ତାଙ୍କୁ ସହାନୁଭୂତି ପ୍ରଦାନ କରିବା। ଏଥିନିମନ୍ତେ ସଂଗଠନ ସମ୍ପାଦକ ବିନୟ କୁମାର ମିଶ୍ରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ସେ ଅନ୍ୟ ମାନଙ୍କୁ ଡାକି ଅସୁସ୍ଥ ବ୍ଯକ୍ତି ମାନଙ୍କ ପାଖକୁ ଯିବେ। ତତ୍ପରେ ସଭ୍ୟ ପରିଚୟ ପୁସ୍ତିକା ବିଷୟରେ ପୂର୍ବ ବୈଠକର ଆଲୋଚନା ଅନୁସାରେ ଉପସ୍ଥାପିତ ହେଲା। ପୂର୍ବ ସାଧାରଣ ପରିଷଦ ବୈଠକରେ ପୀତବାସ ପଣ୍ଡା, ମଲିଆ ଗଡୁଆ ଓ ଗଣେଶ ପାଢ଼ୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ତେଣୁ ତାଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁରୋଧ କରାଗଲା।
ଏ ସମସ୍ତ ବିଷୟର ଆଲୋଚନାରେ ଇ. ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି ଧନନ୍ଜୟ ମିଶ୍ର, ମଲିଆ ଗଡୁଆ, ଡ. ପ୍ରମୋଦ ମିଶ୍ର, କପିଳେଶ୍ଵର ଖମାରୀ, ବିନୟ କୁମାର ମିଶ୍ର, ବାସୁଦେବ ମେହେର, ଇ. ହରେକୃଷ୍ଣ ମେହେର, ପୂର୍ଣଚନ୍ଦ୍ର ମେହେର, ପୁରୁଷୋତ୍ତମ ପଣ୍ଡା, ପୀତବାସ ପଣ୍ଡା ଓ ବୃଷକେତୁ ସାହୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ କପିଳେଶ୍ଵର ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ସଭାକୁ ସମାପ୍ତ ଘୋଷଣା କରିଥିଲେ।