
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ତା 28.4.23ରିଖ ଶୁକ୍ରବାର ପ୍ରାତଃ ସମୟରେ ଉତ୍କଳ ଗୌରବ ମଧୁସୂଦନ ଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ସ୍ଥାନୀୟ ଭିଆଇପି ରୋଡ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ଶ୍ରୀଯୁକ୍ତ ମନୋଜ ରଥ ମହୋଦୟ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମଧୁସୂଦନ ମିଶ୍ର ଏବଂ ଅନୁଷ୍ଠାନ ର ସଦସ୍ୟା ସଦସ୍ୟ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ l