
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ରଥଯାତ୍ରାକୁ ଆଉ ମାତ୍ର ୫୩ ଦିନ ରହିଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ଃ କନୱାର ଵିଶାଲ ସିଂହଙ୍କ ନେତୃତ୍ୱରେ ପୁରୀ ପୋଲିସ ତରଫରୁ ପ୍ରସ୍ତୁତି ଜାରି ରହିଛି ।ପୁରୀ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ସେକ୍ଟରରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।ଆଜି ସାତ ସାହିର ଯୁବକ ମାନଙ୍କ ସହ ଆଲୋଚନା କରିଛନ୍ତି ପୁରୀ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ଃ କନୱାର ଵିଶାଲ ସିଂହ।ଚାଳିତ ଥର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଭଲ୍ୟୁଣ୍ଟିଅର ଭାବରେ ସାତସାହି ଯୁବକ ସାମିଲ ହେବେ।ସେବାୟତ ମାନଙ୍କୁ ନୀତିକାନ୍ତି କରିବାକୁ ଯିବା ସମୟରେ ଗହଳି ଭିତରୁ ଶୃଙ୍ଖଳିତ ଭାବରେ ହ୍ୟୁମାନ କରିଡର ମାଧ୍ୟମରେ ବାଟେଇ ନେବା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣରେ ପୋଲିସକୁ ସହଯୋଗ କରିବେ ସାତସାହି ଯୁବକ ।ଆଜି ପ୍ରଥମ ପର୍ଯ୍ୟାୟରେ କାଳିକାଦେବୀ ସାହି ଓ ବାଲିସାହିର ଯୁବକ ମାନଙ୍କ ସହ ଆଲୋଚନା କରି ପୁରୀ ଆରକ୍ଷୀ ଅଧିକ୍ଷକ ସେମାନଙ୍କ ମତାମତା ନେବା ସହ ସେମାନଙ୍କୁ ରଥଯାତ୍ରାରେ ଆବଶ୍ୟକୀୟ ଶୃଙ୍ଖଳା ପାଇଁ ପରାମର୍ଶ ଦେଇଛନ୍ତି ।