
ପଟ୍ଟାମୁଣ୍ଡାଇ, ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ ଗିରଫ ହୋଇଛନ୍ତି । ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଇଓ ଅଫିସରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ।
ପଟ୍ଟାମୁଣ୍ଡାଇ ଅଂଚଳର ଶିକ୍ଷକ ପ୍ରଫୁଲ୍ଲ କୁମାର ପରିଡାଙ୍କ ଠାରୁ ଏରିଅର ସଂକ୍ରାନ୍ତୀୟ କାଗଜପତ୍ର କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ହେଲେ ଏନେଇ ପ୍ରଫୁଲ୍ଲ କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ । ଆଜି କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ ଶିକ୍ଷକ ପ୍ରଫୁଲ୍ଲ କୁମାର ପରିଡାଙ୍କ ଠାରୁ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । କିରାଣୀ ମାନସଙ୍କ ଠାରୁ୧୦ ହଜାର ଟଙ୍କା ଜବତ କରିବା ସହିତ ମାନସଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକ କାଗଜପତ୍ର ଖୋଳତାଡ଼ କରିବା ସହିତ ପୁରୁଣା ରେକର୍ଡ ଯାଂଚ୍ କରୁଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ୯/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି ।