ବଲାଙ୍ଗିର, ପିସିସି ସଭାପତିଙ୍କ ସୁପାରିଶ ଏବଂ ସର୍ବ ଭାରତୀୟ କଂଗ୍ରେସ କମିଟି ସଭାପତି ମାଳିକାର୍ଜୁନ ଖାର୍ଗେଙ୍କ ଅନୁମୋଦନ କ୍ରମେ ଯୁବନେତା ତଥା ସର୍ବ ଭାରତୀୟ କଂଗ୍ରେସ କମିଟି ସଭ୍ୟ ବିଧୂ ଭୂଷଣ ତ୍ରିପାଠୀଙ୍କୁ ପିସିସି ସାଧାରଣ ସମ୍ପାଦକ ରୁପେ ନିଯୁକ୍ତି ମିଳିଛି। ଛାତ୍ର ଜୀବନରୁ କଂଗ୍ରେସ ଦଳ ସହିତ ଜଡିତ ଶ୍ରୀ ତ୍ରିପାଠୀ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦ ସଭାପତି ରୂପେ ନିର୍ବଚିତ ହୋଇ ରାଜ୍ୟ ଛାତ୍ର କଂଗ୍ରେସର ମୁଖପାତ୍ର ରୂପେ ତିନି ବର୍ଷ କାର୍ଯ୍ୟ କରିଥିଲେ।୨୦୦୧ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ସଫଳତାର ସହ ଦଳ ପାଇଁ କାର୍ଯ୍ୟ କରିଥିଲେ। ପିସିସି ସମ୍ପାଦକ ରୂପେ ମଧ୍ୟ ତିନି ବର୍ଷ ଧରି ନୂଆପଡ଼ା ଜିଲ୍ଲାର ପ୍ରଭାରୀ ରୂପେ ସେ କାର୍ଯ୍ୟ କରିବା ସହ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ସଭାପତି ରୂପେ କାର୍ଯ୍ୟ କରିଥିଲେ। ନିର୍ବାଚିତ ପିସିସି ଓ ଏଆଇସିସି ସଭ୍ୟ ଥିବା ଶ୍ରୀ ତ୍ରିପାଠୀ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ଦଳର ସଂଗଠନ ଓ ନିର୍ବାଚନ ପାଇଁ କାର୍ଯ କରିଛନ୍ତି। ଗତ ୨୦୧୯ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଇବରେଲିରେ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟ କରିଥିଲେ। ପିସିସି ତତଫରୁ ସୁନ୍ଦରଗଡ଼ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିଥିବା ଶ୍ରୀ ତ୍ରିପାଠୀ ନିଜର ଏହି ନୂଆ ନିଯୁକ୍ତି ପାଇଁ ସର୍ବ ଭାରତୀୟ କଂଗ୍ରେସ କମିଟି ସଭାପତି ମଲିକାର୍ଜୁନ ଖାର୍ଗେ, ସର୍ବ ଭାରତୀୟ କଂଗ୍ରେସ କମିଟିର ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।
Related Stories
November 22, 2024