
ଭୁବନେଶ୍ୱର- କୃଷି କ୍ଷେତ୍ରରେ ବ୍ୟାଙ୍କ ଋଣ, ଡିବିଟି, ଡିଜଟାଲ ପେମେଂଟ ଏବଂ ଫାଇନାନସିଆଲ ଏନକ୍ଲୁଜନ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହି ଆଲୋଚନା ହୋଇଥିଲା ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଆର.ବି.ଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି । ଶୁକ୍ରବାରଦିନ ଅପରାହ୍ନରେ ଲୋକସେବା ଭବନଠାରେ ଗଭର୍ଣ୍ଣର ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ ।
ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଏମିତି ସମୟ ସମୟରେ ଆସିଥାଏ ଏବଂ ଯାଇଥାଏ । ତାର ସମସ୍ୟାର ସମାଧାନ ହୋଇଥାଏ । ମାନ୍ଦାବସ୍ଥା ସମୟରେ ଯେଉଁ ସବୁ ସମସ୍ୟା ଆସିଥାଏ ସେହି ଆହ୍ୱାନକୁ ମୁକାବିଲା କରିଥାଉ । ବର୍ତମାନ ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହା କିପରି ଦୂର ହୋଇପାରିବ ଆମର ଉଦ୍ୟମ ଅବ୍ୟାହତ ରହିଛି ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ।
ସେ କହିଥିଲେ ଯେ, ଆସନ୍ତା କାଲି ଆର.ବି.ଆଇର ବୋଡର଼୍ର ବୈଠକ ବସିବ । ଯେହେତୁ ମୁଁ ଭୁବନେଶ୍ୱରର ପିଲା, ଭୁବନେଶ୍ୱର ଆସିଛି, ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛି ।