ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ଗୁରୁବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ଗତ ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି । ସେ କହିଛନ୍ତି ଯେ ରତ୍ନଭଣ୍ଡାର ଲୁଟ୍ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି ।
ସେ ଆହୁରି କହିଛନ୍ତି ଯେ ଳିଥିବା ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ, ସେ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ । ଏହି ମାମଲାର ଜାଂଚ କରିଥିବା କମିଶନ ରିପୋର୍ଟ ଉପସ୍ଥାପନ ଓ ଆକ୍ସନ ଟେକେନ ସାର୍ବଜନୀନ କରାଯାଉ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରତ୍ନ ଭଣ୍ଡାର ମରାମତି ପାଇଁ ଏଏସଆଇକୁ ସରକାର ଦାୟିତ୍ବ ହସ୍ତାନ୍ତର କରନ୍ତୁ । ଯଦି ଜଗନ୍ନାଥଙ୍କ ପ୍ରକୃତ ଭକ୍ତ, କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜଣାନ୍ତୁ ବୋଲି ସେ କହିଛନ୍ତି ।