ଭୁବନେଶ୍ୱର, ରାଜ୍ୟ ସରକାର ଫାଇଭ ଟି ନାମରେ ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ପ୍ରଚାର କମିଟିର ସଭାପତି ବିଜୟ ପଟ୍ଟନାୟକ। ସେ କହିଛନ୍ତି ଯେ କଂଗ୍ରେସ ତା ବିରୋଧରେ ସ୍ୱର ଉତ୍ତୋଳନ କରିବ ।
ଏଠାରେ ଏକ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ 5ଟିକୁ କୁ କଡ଼ା ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଟ୍ରାନ୍ସପରେନ୍ସି କଥା କହୁଛନ୍ତି, ହେଲେ କୌଣସି ଖର୍ଚ୍ଚର ଉତ୍ତର ଦେଉନାହାନ୍ତି । ରାଜ୍ୟ ସରକାର ୧୮ ମାସରେ ଷ୍ଟାଡିୟମ କରିଦେଲେ ହେଲେ ରାଜ୍ୟର ଲୋକ ମାନଙ୍କୁ ପାଣି ଦେଇପାରୁନାହାନ୍ତି ।
ସେ କହିଛନ୍ତି ଯେ ନବରଙ୍ଗପୁର ବୃଦ୍ଧା ଚୌକି ଧରି ବ୍ୟାଙ୍କ ଗଲେ । ଏଥିରୁ ଟେକ୍ନୋଲୋଜି ଜଣାପଡୁଛି । ସେ କହିଛନ୍ତି ଯେ ରାଜ୍ୟରେ ଥିବା ସ୍କୁଲରେ କୋଠରୀ ନାହିଁ ହେଲେ କାନ୍ଥ ରଙ୍ଗ ବଦଳାଇ ଟ୍ରାନ୍ସଫର୍ମେସନ କରୁଛନ୍ତି । ସେ କହିଛନ୍ତି ଯେ ଟିମୱାର୍କରେ ସରକାରୀ କଳ ଏକଜୁଟ ହୋଇ ବିଜେଡିକୁ ବିଜୟୀ ଉଦ୍ୟମ କରୁଛନ୍ତି ।