ଭୁବନେଶ୍ୱର,ଏନସିଇଆରଟି ପକ୍ଷରୁ ଯେଉଁ କରିକୁଲମ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି ତାହା ସବୁ ରାଜ୍ୟକୁ ପଠାଯାଇଛି । ରାଜ୍ୟ ଗୁଡିକ ମତାମତ ଦେବାପରେ ନିଷ୍ପତି ହେବ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାଷ ସରକାର । ଏନସିଇଆରଟି ପାଠ୍ୟ ପୁସ୍ତକରୁ ଡାରଉଇନ ଥିଓରୀ ବାଦ ପଡିବା ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାଷ ସରକାର ଏହା କହିଛନ୍ତି । ।
ସେ କହିଛନ୍ତି ଯେ କିଏ କହୁଛି ବାଦ ପଡିଛି ବୋଲି । କରିକୁଲମ ଫ୍ରେମୱାର୍କ ସମ୍ପର୍କରେ ରାଜ୍ୟ ମାନଙ୍କର ମତାମତ ଲୋଡା ଯାଇଛି । ତେଣୁ ଏହା ପୂର୍ବରୁ ଏଭଳି ବୟାନବାଜୀ ଠିକ ନୁହେଁ ବୋଲି ସେ କହିଛନ୍ତି ।