ଭୁବନେଶ୍ୱର – ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୩ ଦିନିଆ ଯୁବ ରେଡକ୍ରସ୍ର ଅଣତାଲିମପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦ରୁ ଅଧିକ ଅଣତାଲିମ ପ୍ରାପ୍ତ ଯୁବ ରେଡ଼କ୍ରସର ପରାମର୍ଶଦାତାମାନେ ଅଂଶଗ୍ରହଣ କରିଥିଲେ । ଯୁବ ରେଡକ୍ରସ୍ର ପରାମର୍ଶଦାତାମାନଙ୍କୁ ଯୁବ ରେଡକ୍ରସ୍ର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରାଇ ସେମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ଏବଂ ସାମାଜିକ କର୍ତବ୍ୟ ଓ ଦାୟିତ୍ୱବୋଧ ବିଷୟରେ ଅବଗତ କରାଇବା ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ ।
ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉସôବରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।
ଆଜିର ଏହି ଉଦ୍ୟାପନୀ ଉସôବରେ ଡ. ଦିଲ୍ଲିପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ର ଏଭଳି ପଦକ୍ଷେପ ଯୁବ ରେଡକ୍ରସ୍ର କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ସଭାପତିତ୍ୱ ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଯୋଗଦେଇ ରେଡକ୍ରସର ଆଭିମୁଖ୍ୟ ଓ ଏହାର ପ୍ରସାର ଦିଗରେ କର୍ଯ୍ୟ କରିବା ପାଇ୍ୟ ପ୍ରତ୍ୟେକ ପରାମର୍ଶଦାତାଙ୍କୁ ଆହ୍ୱାନ ଦେଇଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନାରେ ଓ ମନୋସ୍ତାତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ ।
ଅତିଥି ମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ୍ ପରାମର୍ଶଦାତାମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତାଙ୍କ ଅଭିଭାଷଣରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଦେଇଥିଲେ । ଏହି ସଭା କାର୍ଯ୍ୟକୁ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲୋ