-
ଜାତୀୟ ପତାକା ଅର୍ଦ୍ଧନମିତ ରହିବ
ଭୁବନେଶ୍ୱର, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ୨୦୨୩ ଅପ୍ରେଲ ୨୫ ତାରିଖରେ ପରଲୋକ ଗମନ କରିଛନ୍ତି । ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସାରା ଭାରତରେ ଅପ୍ରେଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟ ଯେଉଁଠାରେ ସାଧାରଣତଃ ଜାତୀୟ ପତାକା ଉଡ଼ିଥାଏ ଏହି ଦୁଇଦିନ ଅର୍ଦ୍ଧନମିତ ରହିବ । ଏହି ଦୁଇଦିନ କୌଣସି ସରକାରୀ ମନୋରଞ୍ଜନର କାର୍ଯ୍ୟକ୍ରମ ହେବ ନାହିଁ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଆର୍.କେ.ସିଂହ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ବେତାରବାର୍ତ୍ତା ଯୋଗେ ଜଣାଇଛନ୍ତି ।