ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ ତରଫରୁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ତା- ୧୨.୧୨.୨୦୧୯ ରିଖ ଦିନ ଡ୍ରାଇଭିଙ୍ଗ ଲାଇସେନ୍ସ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ୪୦୦ରୁ ଉର୍ଦ୍ଧ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରିବା ପାଇଁ କର୍ମଶାଳାରେ ଆଞ୍ଚଳିକ ପରିବହନ କର୍ମଚାରୀମାନେ କାର୍ଯ୍ୟ କରିବା ସହିତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ପାଇଁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରଞ୍ଜନ ରାୟ ଓ ମୁଖ୍ୟବକ୍ତା ଭାବେ ଟ୍ରାଫିକ ସବ୍ ଇନ୍ସପେକ୍ଟର ଏବଂ ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜ ର ଅଧକ୍ଷ ସନାତନ ସାହୁ ଓ ଜଗନ୍ନାଥ ପ୍ରସାଦ ଥାନାର ଏ.ଏସ୍.ଆଇ ପ୍ରଧାନ ବାବୁ ଯୋଗ ଦେଇ ସଡ଼କ ସୁରକ୍ଷା, ଟ୍ରାଫିକ ନିୟମ ଉପରେ ଆଲୋକ ପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଖୋଲା ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଆର୍.ଟି.ଓ ମହୋଦୟ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ସଂଯୋଜନା କରିଥିବା ବେଳେ ଡି.ଇ.ଓ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟର କର୍ମକର୍ତ୍ତା ଯଥା ଅଶୁତୋଷ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ତନ୍ମୟ କୁମାର ବେହେରା, ପ୍ରମୋଦ କୁମାର ବିଶୋୟୀ, ଶଙ୍କର ଗୌଡ ଓ କମଳ କାନ୍ତ ପାଢି ଆଦି କାର୍ଯ୍ୟ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଡ୍ କ୍ରସ୍ ର ବହୁ ସ୍ଵେଚ୍ଛାସେବୀ ଯଥା ନିରଞ୍ଜନ ଆରୁଖ, ଗୋପାଲ ନାୟକ, ଚନ୍ଦନ ବିଶ୍ଵାଳ, ବିଶ୍ଵ ଭୂଷଣ ସାହୁ, ପ୍ରକାଶ ପାତ୍ର ନନ୍ଦନ ବିଶ୍ଵାଳ ସହଯୋଗ କରିଥିଲେ।