
ମାଲକାନଗିରି, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ବଡ଼ ଅମ୍ୱଲିବେଡ଼ା ଗ୍ରାମରେ ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ୬୦୦ରୁ ଉର୍ଦ୍ଧ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନଙ୍କୁ ଟ୍ରଚ୍ ଲାଇଟ୍, କମଳ, ସାଲ, ଛତା, କ୍ରୀଡା ସାମଗ୍ରୀ , ପାଠ ପଢା ସାମଗ୍ରୀ, ବାଜା, ହାରମନିଅମ୍, ଘର ଉପକରଣ ସାମଗ୍ରୀ, କୃଷି ସାମଗ୍ରୀ ଭଳି ବିଭିନ୍ନ ପ୍ରକାରର ଜିନିଷ ଗ୍ରାମବାସୀ ମାନଙ୍କୁ ଦିଆ ଯାଇଥିଲା। ଏହି ଅବସରରେ ଏକ ଭଲିବଲ୍ ମ୍ୟାଚ୍ ର ମଧ୍ୟ ଅୟଜନ କରାଯାଇଥିଲା । ତା ସହିତ କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ଦିଆ ଯାଇଥିଲା। ଏହି ଅବସରରେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟ୍ଟା, ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକା, ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ସହ ପୋଲିସ କର୍ମଚାରୀ ଏବଂ କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡକ୍ଟର ରାମଚନ୍ଦ୍ର ଟୁଡୁଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପୋଲିସର ଏପରି କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି।