
ମାଲକାନଗିରି,ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତର ପୋଡକୋଲନୀ ଗ୍ରାମର ଲୋକେ ନିଜ ଉଦ୍ୟମରେ ଗ୍ରାମର ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକୁ ଗୁଣ୍ଡୁରିଗୁଡ଼ା କଲୋନୀ ଠାରୁ ପୋଡ଼କୋଲନୀ ଗ୍ରାମକୁ ରାସ୍ତା ଥିଲା କିନ୍ତୁ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବାପରେ ସେ ଗ୍ରାମକୁ ରାସ୍ତା ବନ୍ଦ ହୋଇଯିବା ଫଳରେ ଗ୍ରାମର ଲୋକେ ସମସ୍ତେ ଏକାଠି ହୋଇ ଆଦର୍ଶ ବିଦ୍ୟାଳୟ ସାଇଟ୍ ରେ ଥିବା କେନାଲ ରାସ୍ତା ମରାମତି କରିବାରେ ଲାଗି ବିଫଳ ହେବା ପରେ ଏବେ ଗ୍ରାମର ଲୋକେ କେନ୍ଦୁ ପତ୍ର ତୋଳି ବିକିବା ପରେ ଘରକୁ ୫୦୦ଟଙ୍କା ଚାନ୍ଦା କରି ଗାଡ଼ି ଲଗାଇ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଏହି ବିଷୟରେ ପିଇଓ ସହିତ ଯୋଗାଯୋଗ କଲା ପରେ ରାସ୍ତା କାର୍ଯ୍ୟ ପାଇଁ ଡି ଆର୍ ଡି ଏ ରେ ପ୍ରୋଜେକ୍ଟ ଦିଆ ଯାଇଛି ସେ କାର୍ଯ୍ୟ ଅନୁମୋଦନ ହେଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ପିଇଓ କହିବା ସହ ନିଜେ ଗ୍ରାମରେ ପହଞ୍ଚିବି ବୋଲି ପତିକ୍ରୀୟା ଦେଇଥିଲେ। ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଜନ ପ୍ରତନିଧି ମାନଙ୍କୁ ଜଣେଇବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗ୍ରାମ ବାସୀ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରିଥିବା କହିଛନ୍ତି।