ଧର୍ମଶାଳା, ଜ୍ଞାନର ଭଣ୍ଡାର ହେଉଛି ଶିକ୍ଷାନୁଷ୍ଠାନ । ଶିକ୍ଷା ମଣିଷକୁ ଆଗକୁ ନେଇଥାଏ । ଶିକ୍ଷାନୁଷ୍ଠାନରୁ ଭରପୁର କାର୍ଯ୍ୟ ହାସଲ କରିବା ଓ ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଦ୍ୟାଳୟ ରୂପାନ୍ତରିକରଣ କରୁଛନ୍ତି ବୋଲି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯାଜପୁର ଜିଲା ମହମ୍ମଦ ଜମାପୁର ଉଚ୍ଚ ବିଦ୍ୟାଳୟର ୨୫ବର୍ଷ ପୂର୍ତି ଅବସରରେ ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପାତ୍ରଙ୍କ ତତ୍ୱବଧାନରେ ଏହି ରୌପ୍ୟ ଜୟନ୍ତୀ ଉତ୍ସବରେ ଉଦଘାଟକଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବରି ବିଧାୟିକା ସୁନନ୍ଦା ଦାସ,ପୂର୍ବତନ ଜିଲା ପରିଷଦ ସଭାନେତ୍ରୀ ରଂଜିତା ରାଉତ,ଜିଲା ପରିଷଦ ସଭ୍ୟ ବିନୋଦ ମାଝି,ଗଣେଶ ମହାକୁଡ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମୟକୁ ଗୁରୁତ୍ୱ ଦେବ.ସ୍ଥାନୀୟ ପ୍ରତିଭାମାନଙ୍କ କାର୍ଯ୍ୟ ଶୈଳୀକୁ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘ଖରସ୍ରୋତା’କୁ ଅତିଥିମାନେ ଲୋକାର୍ପିତ କରିବା ସହ ସ୍ଥାନୀୟ ପ୍ରତିଭାମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗ୍ରାମର ବିଭିନ୍ନ ଦେବାଳୟ ଓ ଗହଳିପୁର୍ଣ୍ଣ ସ୍ଥାନକୁ ସଫେଇ କରାଯାଇଥିଲା । ସହକାରୀ ଶଇକ୍ଷକ ରମ୍ୟ ରଂଜନ ପାଢୀ,ଚନ୍ଦ୍ରମଣୀ ଦାଶ,ପ୍ରଫୁଲ୍ଲ ରାଉତ,ଗିତାଞ୍ଜଳୀ ସାହୁ,ସୀତାରାମ ପତି,ସ୍ମୃତିରଂଜନ ଜେନା,ପ୍ରଶାନ୍ତ ସାହୁ,ଅଙ୍କୁର ରାଉତ ଲୋକନାଥ ମୁଦୁଲୀ,ସୁଶାନ୍ତ ସାହୁ,ଗୋପାଳ ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 22, 2024