-
ବିଶ୍ଵ ଲବୋରଟୋରୀ ପ୍ରଫେସନାଲ ସପ୍ତାହ ଉଦଘାଟିତ
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗ ନିଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ | ଏହି ବିଭାଗରେ କାର୍ଯ୍ୟରତ କୁଶଳୀ ଲାବୋରେଟୋରୀ ଟେକନିସିଆନ୍ ମାନେ ନିରନ୍ତର ପରିଶ୍ରମ କରି ପରୀକ୍ଷଣ ର ସଠିକ୍ ଫଳାଫଳ ଡାକ୍ତର ମାନଙ୍କୁ ପ୍ରଦାନ କରିଥାନ୍ତି | ଫଳତଃ ରୋଗୀ ର ରୋଗ ନିରୂପଣ ତତକାଳ ହୋଇ ଜୀବନ ରକ୍ଷା ହୋଇଥାଏ| ସେହି ଲବୋରେଟୋରୀ ପ୍ରଫେସନାଲ ମାନଙ୍କ ପାଇଁ ବିଶ୍ଵ ଲାବୋରେଟରୀ ସପ୍ତାହ ଏପ୍ରିଲ 23 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ|
ପୁରୀ ର ଗୋପାଳପୁର ସ୍ଥିତ ଆଇ ଏମ୍ ଟି ଫାର୍ମାସୀ କଲେଜ୍ ର ଆଲାଏଡ ସାଇନ୍ସ ବିଭାଗ ଏହି ଅବସରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲବୋରେଟୋରୀ ଟେକନିସିଆନ୍ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ| ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତା ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ଟି. ନାରାୟଣ ରାଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ| ଡ. ଶ୍ରୀମତୀ ମିଶ୍ର କହିଲେ କୋଭିଡ ପରଠାରୁ ଲବୋରେଟରୀ ଟେକନିସିଆନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସମସ୍ତେ ଭଲ ଭାବରେ ଅବଗତ ହେଲେ |ଆଇ. ଏମ୍. ଟି ଫାର୍ମାସୀ କଲେଜ୍ ଗୁଣାତ୍ମକ ଶିକ୍ଷା ଦାନ ମାଧ୍ୟମରେ କୁଶଳୀ ଲବୋରେଟୋରୀ ଟେକ୍ନିସିଆନ ତିଆରି କରୁଥିବାରୁ ସାଧୁବାଦ ଜଣାଇଥିଲେ | ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ କୁମାର ରଥ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ| ଆଇ. ଏମ୍. ଟି ଫାର୍ମାସୀ କଲେଜର ଅନ୍ୟତମ ନିର୍ଦ୍ଦେଶକ ଡ. ଅନ୍ନଦା ପ୍ରସାଦ ମହାପାତ୍ର ,ଅଧ୍ୟକ୍ଷ ଡ. ଅଗ୍ନି ମିତ୍ର ଦିଣ୍ଡା ଉପାଧ୍ୟକ୍ଷ ଦେବାଶିଷ ମିଶ୍ର ,ବରିଷ୍ଠ ଅଧ୍ୟାପକ କମଳାକାନ୍ତ ଆଚାର୍ଯ୍ୟ,ଭାଗ୍ୟଶ୍ରୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟରତ ଲବୋରେଟୋରୀ ଟେକନିସିଆନ ମାନଙ୍କୁ ଉପଢୌକନ ଓ ପ୍ରଶସ୍ତି ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା| ସମ୍ବର୍ଦ୍ଧିତ ହୋଇଥିବା ଲବୋରେଟୋରୀ ଟେକନିସିଆନ ମାନେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ଜିଲ୍ଲା ରକ୍ତ କେନ୍ଦ୍ର , ସଂକ୍ରାମକ ରୋଗ ଚିକିତ୍ସାଲୟରେ କାର୍ଯ୍ୟରତ ଅଛନ୍ତି| ଫାର୍ମାସୀ କଲେଜର ଭବାନୀ ସାମନ୍ତରାୟ , ପ୍ରତୀକ୍ଷା ପଣ୍ଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |