ସମ୍ବଲପୁର, ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସା ଘଟଣାରେ ଆହତ କାଳିଆ ଶିକା ଓ ତାଙ୍କ ପରିବାରଙ୍କୁ ଜାତୀୟ ଜନଜାତି ଆୟୋଗ ପ୍ରତିନିଧି ଦଳ ଭେଟିଥିବା ଜଣା ପଡିଛି । ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକ ଏନଏସଟିର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ ଜୟନ୍ତ କେ. ସରୋଡ଼େ ଓ ଅନ୍ୟ ଅଧିକାରୀମାନେ ଯାଇ ତାଙେ୍କୁ ଭେଟିଛନ୍ତି ।
ପ୍ରତିନିଧି ଦଳ କାଳିଆ ଓ ତାଙ୍କ ବାପା ,ମାଁ ସହ ପ୍ରତିନିଧି ଟିମ ଦିର୍ଘ ସମୟ ଧରି ଆଲୋଚନା କରିଥିଲେ । ଘଟଣା ଦିନ କିଏ କିଏ ଓ କେଉଁ ସ୍ଥାନକୁ ଯାଉଥିଲେ କିଭଳି ଘଟଣା ଘଟି ଥିଲା ସେନେଇ କାଳିଆ ଆୟୋଗ ଅଧିକାରୀ ଙ୍କୁ ଅବଗତ କରାଇଥିଲେ । ଗତକାଲିଠୁ ପ୍ରଶାସନ କିଭଲି କାଲିଆ କୁ ସାକ୍ଷାତ ନକରେଇବା ପାଇ ପ୍ରଶାସନ ଅପହରଣ ଉଦ୍ୟମ କରୁଥିଲା ତାହା ମଧ୍ୟ ଅବଗତ କରାଇଛନ୍ତି ।
ଅନ୍ୟ ପକ୍ଷରେ ଜାତୀୟ ଜନଜାତି ଆୟୋଗ ପ୍ରତିନିଧି ଦଳ ଝାରମୁଣ୍ତା ଗ୍ରାମର ମୃତ ଚନ୍ଦ୍ରମଣୀ ମିଦ୍ଧା ଘରକୁ ମଧ୍ୟ ଯାଇଥିଲେ । ହେଲେ ସେଠି ତାଙ୍କ ପରିବାର ଲୋକ ଙ୍କ ଭେଟି ନଥିବା ବେଳେ ଗାଁ ଲୋକ ଓ ସମାଜ ସହ ଆଲୋଚନା କରିଥିଲେ ।