ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୬,୬୬୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଅବଧିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯,୨୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରୀ କରା ଯାଇଥିବା ତଥ୍ୟଅନୁସାରେ ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢି ୬୩,୩୮୦ ହୋଇ ଯାଇଛି ।