
ଖୋର୍ଦ୍ଧା, ପିଲାଙ୍କ ପାଇଁ ଆସିଥିବା ସରକାରୀ ପାଠପଢା ବହିଙ୍କୁ କବାଡିଆକୁ ବିକ୍ରି କରିବା ଘଟଣା ଏବେ ଖୋର୍ଦ୍ଧା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଦେଉଳି କ୍ଲଷ୍ଟରରେ। ତେବେ କ୍ଲଷ୍ଟରର ସିଆରସିସିଙ୍କ ବିରୋଧରେ ଆସିଛି ଏହିଭଳି ସାଂଘାତିକ ଅଭିଯୋଗ।
ଆଜି ସକାଳେ କବାଡ଼ିଆକୁ ବହି ବିକ୍ରି ବେଳେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଆଲୋକ ସାହୁ ଓ କେତେଜଣ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ବ୍ଳକ ଉପାଧ୍ୟକ୍ଷ ବୋଲଗଡ ବିଇଓଙ୍କୁ ଜଣାଇଥିଲେ। ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ସିଦ୍ଧେଶ୍ଵର ସାହୁ ଓ କୈଳାଶ ନାଥ ସ୍ବାଇଁ ପହଞ୍ଚି ତଦନ୍ତ କରିଥିଲେ। ବିକ୍ରି କରାଯାଉଥିବା ବହି ଗୁଡିକୁ ଜବତ କରିବା ସହ କାର୍ଯ୍ଯାଳୟକୁ ସିଲ କରିଥିଲେ। ଘଟଣାର ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପରେ ଗ୍ରାମବାସୀ ସିଆରସିସି ଓ କବାଡିଆଙ୍କୁ ମୁକ୍ତ କରିଥିଲେ।