
କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ଜାଲ୍ ସାର୍ଟିଫକେଟ ଲିଙ୍କ୍ ମାମଲାରେ ୩ ଜଣ ବ୍ରାଂଚ ପୋଷ୍ଟ ମାଷ୍ଟରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଡାକ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଜାଲ୍ ସାର୍ଟିଫିକେଟରେ ଏମାନେ ଚାକିରୀ କରୁଥିବା ପ୍ରମାଣ ମିଳିବା ପରେ ଏମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହି ତିନି ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଥାନାରେ ଏନେଇ ମାମଲା ରୁଜ୍ଜୁ ହେବା ପରଠାରୁ ସମ୍ପୃକ୍ତ ତିନି ଅଭିଯୁକ୍ତ ଫେରାର୍ ଅଛନ୍ତି ।