ବଲାଙ୍ଗିର, ନିର୍ମାଣାଧୀନ ଗାୟତ୍ରୀ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଦ୍ଵାରା ରତ୍ନମୁଦ କାର୍ଯ୍ୟକ୍ରମ ସମାରୋହ କାମାକ୍ଷୀ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ନିକଟସ୍ଥ ଖମାର ମୁଣ୍ଡା ନିକଟରୁ ପବିତ୍ର ସାହାଡ଼ା ଗଛକୁ ବରଣ ପୂଜନ କରାଯାଇଥିଲା। ତତ୍ ପଶ୍ଚାତ୍ ନିର୍ମଣାଧୀନ ମନ୍ଦିର ପରିସରରେ ଗାୟତ୍ରୀ ଯଜ୍ଞ, ଇନ୍ଦ୍ର ଇନ୍ଦ୍ରାଣୀ ପୂଜନ, ରତ୍ନମୁଦ ପୂଜା ଇତ୍ୟାଦି ବୈଦିକ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା। କର୍ତ୍ତା ଭାବରେ ଟିକେଲାଲ ନାଏକ ଓ ତାଙ୍କ ସହଧର୍ମିଣୀ ନୀଳିମା ନାଏକ ଦାୟିତ୍ଵ ନିର୍ବାହ କରିଥିଲେ। ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ହରିଦ୍ଵାରରୁ ପ୍ରତିନିଧି ଭାବରେ କୁମାର ପଧାନଙ୍କ ଦ୍ଵାରା ସମସ୍ତ ବୈଦିକ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟବୋର୍ଡ଼ର ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧାଳୁ ଜନସାଧାରଣ ଉପସ୍ଥିତ ରହି ଉତ୍ସାହ ବର୍ଦ୍ଧନ କରିଥିଲେ। ଶେଷରେ ପ୍ରସାଦ ସେବନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।