
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ । ଆଜି ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଂଚାୟତ ରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ପ୍ରାୟ ୧୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ ।
ଜାତୀୟ ପଂଚାୟତିରାଜ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ଏବଂ ଦେଶର ସମସ୍ତ ଗ୍ରାମ ସଭା ଏବଂ ପଂଚାୟତ ରାଜ ଅନୁଷ୍ଠାନକୁ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପଂଚାୟତ ସ୍ତରରେ ସାଧାରଣ କ୍ରୟ ପାଇଁ ଏକ ସମନ୍ୱିତ ଇଗ୍ରାମ ସ୍ୱରାଜ ଏବଂ ଜିଏମ୍ ପୋର୍ଟାଲର ଉଦଘାଟନ କରିବେ । ଇଗ୍ରାମ ସ୍ୱରାଜ ର ଉଦ୍ଦେଶ୍ୟ ହେଉଛି ସରକାରୀ ଇ ମାର୍କେଟପ୍ଲେସ୍ ଏକୀକରଣ ହେଉଛି ପଂଚାୟତମାନଙ୍କୁ ଜିଇଏମ୍ ମାଧ୍ୟମରେ ସେମାନଙ୍କର ସାମଗ୍ରୀ ଏବଂ ସେବା କ୍ରୟ କରିବାରେ ସକ୍ଷମ କରିବା ସହିତ ଇଗ୍ରାମ ସ୍ୱରାଜ ପ୍ଲାଟଫର୍ମକୁ ବ୍ୟବହାର କରି ଏହାକୁ ତ୍ୱରାନ୍ୱିତ କରିବ ।
ସରକାରଙ୍କ ଯୋଜନାଗୁଡ଼ିକର କାର୍ଯ୍ୟକାରୀକୁ ସୁନିଶ୍ଚିତ କରିବା ଦିଗରେ ଲୋକଙ୍କ ଅଂଶଗ୍ରହଣକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ‘ବିକାଶ କି ଔର ସାଝେ କଦମ‘ନାମକ ଏକ ଅଭିଯାନ ଶୁଭାରମ୍ଭ କରିବେ । ଅଭିଯାନର ବିଷୟବସ୍ତୁ ହେଉଛି ଶେଷ ମାଇଲରେ ପହଂଚିବା ଉପରେ ଧ୍ୟାନ ଦେଇ ସମନ୍ୱିତ ବିକାଶ ଲକ୍ଷ୍ୟ ହାସଲ କରିବା ।
ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରାୟ ୩୫ ଲକ୍ଷ ସ୍ୱାମୀତ୍ୱ ସମ୍ପତି କାର୍ଡ ହସ୍ତାନ୍ତର କରିବେ । ଏହି ପ୍ରୋଗ୍ରାମ ପରେ, ପ୍ରାୟ ୧.୨୫ କୋଟି ସମ୍ପତି କାର୍ଡ଼କୁ ସ୍ୱାମୀତ୍ୱ ସ୍କିମ୍ ଅନ୍ତର୍ଗତ ଦେଶରେ ବଣ୍ଟନ କରାଯିବ ଯେଉଁଥିରେ ଏଠାରେ ବଣ୍ଟନ କରାଯାଇଥିବା କାର୍ଡ଼ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
\’ସମସ୍ତଙ୍କ ପାଇଁ ଗୃହ\’ ଦୂରଦୃଷ୍ଟି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା – ଗ୍ରାମିନ ଅଧୀନରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ \’ଗୃହ ପ୍ରବେଶ\’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ପ୍ରାୟ ୨୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ଓ ଦେଶକୁ ଉତ୍ସର୍ଗ କରିବେ । ଉତ୍ସର୍ଗୀକୃତ ପ୍ରକଳ୍ପଗୁଡିକରେ ମଧ୍ୟପ୍ରଦେଶର ଶତପ୍ରତିଶତ ରେଳ ବିଦ୍ୟୁତିକରଣ ସହିତ ବିଭିନ୍ନ ଡବଲିଂ, ଗେଜ୍ ରୂପାନ୍ତର ଏବଂ ବିଦ୍ୟୁତିକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗ୍ୱାଲିଅର୍ ଷ୍ଟେସନର ପୁନଃନିର୍ମାଣର ମୂଳଦୁଆ ପକାଇବେ ।
ପ୍ରଧାନମନ୍ତ୍ରୀ ଜଲ ଜୀବନ ମିଶନ ଅଧୀନରେ ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ।