ଭୁବନେଶ୍ୱର,ରାଜ୍ୟରେ ଖୁବ ବିଜୁଳି କାଟ ହେଉଥିବା ଅଭିଯୋଗ ଆସୁଥିବା ବେଳେ ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଅସ୍ୱୀକାର କରିଛନ୍ତି । ରାଜ୍ୟରେ ପାୱାର କଟ ନୁହେଁ, ପାୱାର ଟ୍ରିପ୍ ହେଉଛି ବୋଲି ଏହି ମାମଲାରେ ସ୍ପଷ୍ଟୀକରଣ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଏହା କହିଛନ୍ତି .
ସେ କହିଛନ୍ତି ଯେ ପାୱାର କଟ୍ ହେଉନି, ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍ କରୁଛି । ସେ ପୁଣି ଦୋହରାଛନ୍ତି ଯେ ରାଜ୍ୟରେ ଇଲେକ୍ଟ୍ରିସିଟି ଯୋଗାଣରେ କୌଣସି ଅଭାବ ନାହିଁ । ସେ କହିଛନ୍ତି ଯେ ନେକ ସ୍ଥାନରେ ଓଭର ଲୋଡିଂ ଦ୍ବାରା ଟ୍ରିପ୍ ହୋଇ ଯାଉଛି ।
ସେ କହିଛନ୍ତି ଯେ ଭୁବନେଶ୍ବରରେ ଥରେ ଟ୍ରିପ୍ କଲେ ସଜାଡିବାକୁ ୬/୭ ଘଣ୍ଟା ଲାଗୁଛି । ଗାଁ ଗହଳିରେ ଟିକେ ଅଧିକ ସମୟ ନେଉଛି । ନିରବଚ୍ଛିନ୍ନ କରିବାକୁ ଚେଷ୍ଟା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଲୋ ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି । ପିକ୍ ପିରିୟଡରେ ୫ ହଜାର ୬୦୦ ମେଗାୱାଟ୍ ଆବଶ୍ୟକତା ରହିଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି ସେ କହିଛନ୍ତି ।