ଯାଜପୁର- ଯାଜପୁର ଜିଲ୍ଳ୍ାରୁ ୧୭୮ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଗୁରୁବାର ବାହାରିଚ୍ଥନ୍ତି । ଏହି ୧୭୮ ଜଣଙ୍କ ମଧ୍ୟରୁ ୫୪ ଜଣ ଦମ୍ପତି ଥିବାବେଳେ ୭୦ ଜଣ ଏକକ ତୀର୍ଥଯାତ୍ରୀ ଅଚ୍ଥନ୍ତି । ଏହି ତୀର୍ଥଯାତ୍ରୀ ମାନେ ହରିଦ୍ୱାର ଓ ଋଷିକେଶ ପରିଭ୍ରମଣ କରି ୧୮ ତାରିଖରେ ଓଡିଶା ପେଂରି ଆସିବେ ବୋଲି ଭାରପ୍ରାପ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି କହିଚ୍ଥନ୍ତି । ଗୁରୁବାର ଅପରାହ୍ନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରୁ ଯାଜପୁର ଜିଲ୍ଳ୍ାର ତୀର୍ଥଯାତ୍ରୀ ମାନଙ୍କୁ ପ୍ରେରଣ କରାଯାଇଥିଲା । ସମସ୍ତ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ ଓ ବିଦାୟ ସମ୍ୱର୍ଦ୍ଧନା ଦିଆଯିବା ସହ ସେମାନଙ୍କ ଯାତ୍ରା ଅତ୍ୟନ୍ତ ଶୁଭପ୍ରଦ ଓ ଶୃଙ୍ଖଳିତ ହେଉ ବୋଲି ଶ୍ରୀ ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଚ୍ଥା ଜଣାଇ ଈଶ୍ୱରଙ୍କ ନିକଟରେ କାମନା କରିଥିଲେ । ଜିଲ୍ଳ୍ା ପର୍ଯ୍ୟଟନ ଅଧିକାରୀ ନିରୋଜ କୁମାର ସାହୁ ସୂଚନା ଦେଇ ରାଜ୍ୟ ସରକାରଙ୍କର ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ବେଶି ମାତ୍ରାରେ ଉପକୃତ ହେବା ସହ ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଆନନ୍ଦ ଅନୁଭବ କରୁଚ୍ଥନ୍ତି ବୋଲି କହିଥିଲେ । ତୀର୍ଥ ଯାତ୍ରୀମାନେ ଗୁରୁବାର ବାଲେଶ୍ୱରରେ ପହଂଚିବେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆସନ୍ତା କାଲି ଅର୍ଥୀତ୍ ଶୁକ୍ରବାର ଟ୍ରେନରେ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ । ୪ ଟି ଗାଡିରେ ତୀର୍ଥଯାତ୍ରୀ ମାନେ ପରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଏହି ଗାଡି ଗୁଡିକୁ ଭାରପ୍ରାପ୍ତ ଜିଲ୍ଳ୍ାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ଆବେଦନ କରିଥିବା ବରିଷ୍ଠ ନାଗରିକ ମାନଙ୍କ ଆବେଦନ ପତ୍ର ଯାଂଚ୍ ପରେ ଲଟେରୀ ମାଧ୍ୟମରେ ତୀର୍ଥ ଯାତ୍ରୀଙ୍କୁ ଚୟନ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।