
ଭୁବନେଶ୍ୱର, ଭୁବନେଶ୍ୱରରେ ଜି୨୦ର ତୃତୀୟ ଶିକ୍ଷା ସମ୍ପର୍କିତ ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ସ୍ଥାନୀୟ ଆଇଏମଏମଟି ପରିସରରେ ଟ୍ରାନସଫର୍ମିଂ ଲଜିଷ୍ଟିକ ଫର କୋଷ୍ଟାଲ ଇକୋନମିଜ ୱିଥ ଏ ଫୋକସ ଅନ ସଷ୍ଟେନେବିଲିଟି ଉପରେ ସମ୍ମିଳନୀର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଓ ସୂଚନା ପ୍ରୌଦ୍ୟଗିକୀ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ କୌଣସି ପ୍ରକାର ବିଚାର ବିମର୍ଶରେ ଯୁବ ଭାରତର ଛାତ୍ର ମାନେ ସବୁଠାରୁ ବଡ ଅଂଶୀଦାର । ସେମାନଙ୍କର କ୍ୟାରିୟରରେ ସ୍କିଲିଂ ଭଳି ଗୁରୁତ୍ୱପୂର୍ଣ ବିଷୟକୁ ସାମିଲ କରିବାକୁ ମୁଁ ଅନୁରୋଧ କରୁଛି ।