
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମଗିରି ବ୍ଲକ ଆତ୍ମା ପକ୍ଷରୁ ବ୍ରହ୍ମଗିରି ବ୍ଲକ କହଳପଦା ଠାରେ ଅଖିମୁଠୀ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଛନ୍ତି। ବ୍ରହ୍ମଗିରି ବ୍ଲକ ଚାଷୀ ନେତା ପ୍ରଫୁଲ୍ଲ ଜେନା ଅଖିମୁଠୀ ଅନୁକୂଳ କରିଛନ୍ତି। ଶ୍ରୀ ଦାସବର୍ମା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ଶୁଖ ଓ ସମୃଦ୍ଧିର ଧାରାକୁ ଅଧିକ ତ୍ବରାନ୍ବିତ କରିବା ସହିତ ଚାଷୀ ଭାଇଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ ବୋଲି ପ୍ରଭୁଙ୍କ ପାଖରେ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଆତ୍ମା ଅଧ୍ୟକ୍ଷା ଝରଣା ରଣସିଂହ, ଚାଷୀ ପ୍ରଫୁଲ୍ଲ ଜେନା, କହଳପଦା ପଞ୍ଚାୟତ ସରପଞ୍ଚ ଭାସ୍କର ପରିଡ଼ା, ସମିତି ସଭ୍ୟା ସୁମିତ୍ରା ବରାଳ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ବ୍ରହ୍ମଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସ୍ମିତା ସାହୁ, ସମବାୟ ନିର୍ଦେଶକ ଭଗବାନ ନାୟକ, ବ୍ରହ୍ମଗିରି ବ୍ଲକ କୃଷି ଅଧିକାରୀ ସଚିତାନନ୍ଧ ଦାସଙ୍କ ସମେତ ବ୍ରହ୍ମଗିରି ବ୍ଲକ 25ଗୋଟି ପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କ ସମେତ ବହୁ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ।