-
୪ ଅଭିଯୁକ୍ତ ଥାନାରେ ଅଟକ, ଜଣେ ଫେରାର୍
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ଅଂଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ବିଜେପୁର ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଏବେ ବି ଫେରାର୍ ରହିଛି ।
ପ୍ରକାଶ ଥାଉକି, ଗତ ୧୫ ତାରିଖ ରାତିରେ ଦୁଇ ନାବାଳିକା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ପାଜିବାହାଲି ଗାଁର ୫ ଜଣ ଯୁବକଙ୍କ ଦ୍ଵାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ବିଜେପୁର ଥାନା ପୋଲିସ ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜ୍ଜୁ କରିଥିଲା ।