ଭଦ୍ରକ – ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକ ଆରଡି ପାୟତର ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀକୁ ଗତ ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୯ଶହ ଫୁଟର ଲୁଣାବନ୍ଧ ଧସିଯିବା ଫଳରେ ନଈକୂଳିଆବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏପରିକି ଲୁଣାବନ୍ଧ ଆଖପାଖ ଆରଡି, ନାନ୍ଦପୁର, ଓଳଗ ପାୟତ ୨୦/୨୨ଖଣ୍ଡ ଗାଁକୁ ବନ୍ୟା ସମୟରେ ସୁରକ୍ଷା ଦେଇଥାଏ। ହେଲେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଏହି ନଦୀବନ୍ଧର ସୁଦୃଢିକରଣ ପାଇଁ ଗତ୬ମାସ ତଳେ କାର୍ଯ୍ୟ କରାଯାଇଥିଲେ ମଧ୍ଯ ତାହା ଏବେ ନଦୀରେ ଲିନ୍ନ ହେବାକୁ ବସିଛି। ପ୍ରାୟ ୯ଶହ ଫୁଟ ଲମ୍ବର ନଦୀବନ୍ଧ ନଦୀ ମଧ୍ଯକୁ ଧସି ଯାଇଥିବା ବେଳେ ବନ୍ଧର ବଡବଡ ଫାଟ ସୃଷ୍ଟି ହୋଇଛି। ଏପଟେ ପୁର୍ଣ୍ଣିମା ତିଥି ଥିବାରୁ ନଦୀରରେ ଜଳସ୍ତର ବୃଦ୍ଧି ପାଇବା ଦ୍ବାରା ଧସି ଯାଇଥିବା ସ୍ଥାନରେ ନଦୀଜଳ ସ୍ରୋତ ପଡିଥିବାରୁ ଭୟରେ ଚାଷୀମାନେ ଅମଳ ହେବାକୁ ଥିବା ପାଚିଲା ଧାନ ସମେତ କା ଧାନକୁ କାଟି ନେଉଥିବା ପର୍ଶୁରାମ ଦାସ ପ୍ରକାଶ କରିଛନ୍ତି। ଏପରିକି ବନ୍ଧରୁ ଗୁରୁବାର ବଡବଡ ଅତଡା ଖଣ୍ଡ ଖସୁଥିବାରୁ ଭୟରେ ସ୍ଥାନୀୟ ଲୋକମାନେ ଜୀବନ ବିତାଉଥିବା ରାଧାକାନ୍ତ ବାରିକ, ଚଳା ଦାସ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନଦୀବନ୍ଧ ସୁଦୃଢିକରଣ ନାଁରେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖଚ୍ର୍ଚ କରାଯାଉଥିଲେ ମଧ୍ଯ ମରାମତି କାର୍ଯ୍ୟ ଠିକ ଭାବରେ ହେଉନଥିବାରୁ ନଦୀରେ ସାମନୂ୍ୟ ଜୁଆରପାଣି ପ୍ରବାହିତ ହେଲେ ଅନେକ ସମୟରେ ନଦୀବନ୍ଧରୁ ବଡବଡ ମାଟି ଅତଡା ଖସିବା ସହିତ ନଦୀବନ୍ଧ ସମୁର୍ଣ୍ଣ ଲିନ୍ନ ହେବାକୁ ଲାଗିଥାଏ। ପଳରେ ନଦୀର ପାଣି ସିଧାସଳଖ ଚାଷଜମୀ ଓ ଜନବସତି ଆଡକୁ ମାଡିଆସେ। ଏବେ ବର୍ଷା କିମ୍ବା ବନ୍ୟା ନଥିଲେ ମଧ୍ଯ ବନ୍ଧର େଯଉଁ ଅବସ୍ଥା ରହିଛି ଜୁଆର ପାଣିରେ ଯଦି ବଳକା ବନ୍ଧ ନଦୀମଧ୍ଯକୁ ଚାଲିଯାଏ ତାହାଲେ ନଦୀପଠାରେ ଥିବା ବହୁ ଧନଜୀବନ ହାନି ହେବାର ଆଶଙ୍କା ଦେଖା ଦେଇଛି। ଏପରି ସମସ୍ୟା ବାବଦରେ ଧାମନଗର ଜଳସେଚନ ବିଭାଗର ଏସଡିଓ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଏପରି ଘଟଣା ବାବଦରେ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବା ସହ ଏବେ କୈାଣସି ମରାମତି କାର୍ଯ୍ୟ ହେବ ନାହó ବୋଲି ରୋକ ଠୋକ ମନା କରି ଦେଇଥିଲେ।
Related Stories
November 23, 2024