
ଭଦ୍ରକ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ କୁବେରା ଗ୍ରାମପଂଚାୟତର କଷଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ସମୟରେ ବଜ୍ରପାତ ଘଟି ଜଳିଯାଇଛି ୬ ବଖରା ଘର । ଅଗ୍ନିକାଣ୍ଡରେ ତିନି ପରିବାର ସର୍ବସ୍ଵାନ୍ତ ହୋଇଛନ୍ତି । ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।