
ଭୁବନେଶ୍ୱର, ଭୁବନେଶ୍ୱରରେ ଉଦଘାଟନ ହେଲା ଜି ୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଉଦ୍ଘାଟନ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ବିକାଶ କ୍ଷେତ୍ରରେ ଅନେକ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଏହି ପ୍ରଦର୍ଶନୀରେ ୧୦୦ଟି ଷ୍ଟଲ ପଡିଛି। ଶିକ୍ଷା, ସ୍ୱାସ୍ଥ୍ୟ, ହସ୍ତତନ୍ତ , ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ା ଶୈଳୀ କୁ ନେଇ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଛି। ସବୁ ଷ୍ଟଲ ବୁଲି ପରିଦର୍ଶନ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ। କିଟ, ସୋଆ, ଟ୍ରିପଲଆଇଟି ଵ୍ରହ୍ମପୁର, ଏନଆଇଟି ରାଉରକେଲା ଭଳି ବଡ଼ ବଡ଼ ଶିକ୍ଷାନୁଷ୍ଠାନ ସହିତ ଦିଲୀରୁ ଆସିଛନ୍ତି ଅନେକ ଉଦ୍ୟମି ମହିଳା। ନିଜର ସ୍କିଲକୁ ପ୍ରଦର୍ଶିତ କରିବା ଆଣିଛନ୍ତି ବିଭିନ୍ନ ସାମଗ୍ରୀ।