ଭୁବନ,ଢେ଼ଙ୍କାନାଳ ଜିଲ୍ଲା ଭୁବନ କୃଷକ ବିକାଶ ପରିଷଦ ତରଫରୁ ସ୍ଥାନୀୟ ବୁଦ୍ଧେଶ୍ଵର ପୀଠ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷୀ ମୁଠି ଅନୁକୂଳ ହୋଇଯାଇଛି। କୃଷକ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟିଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କୃଷକ ନେତା ଶଶାଙ୍କ ଶେଖର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷି ମୁଠି ଅନୁକୂଳ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନ୍ୟତମ କୃଷକ ନେତା ଯୋଗୀନାଥ ମହାନ୍ତି, ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ, କୃଷକ ସଂଘର୍ଷ ସମିତି ସଭାପତି ଇ. ଦେବାଶିଷ ହୋତା ଓ କୃଷକ ନେତା ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। କୃଷକ ବିକାଶ ପରିଷଦ ସମ୍ପାଦକ ରଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ଶତାଧିକ କୃଷକ ସ୍ଥାନୀୟ ପାଲାମଣ୍ଡପ ନିକଟରୁ ହଳ ଲଙ୍ଗଳ ଧରି ସହର ପରିକ୍ରମା କରି ବୁଦ୍ଧେଶ୍ଵର ପୀଠରେ ପହଞ୍ଚି ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ପରେ ହଳ କରି ଶସ୍ୟ ବୁଣିଥିଲେ।